କୁକୁଡାଖଣ୍ଡି,୦୬।୦୬(ଇ ରଞ୍ଜନ):-କୁକୁଡାଖଣ୍ଡି ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଲୋଚାପଡା କାଳୀ ମନ୍ଦିର ନିକଟସ୍ଥ ଶିଶୁ ଉଦ୍ୟାନ ପରିସରରେ ଖଣି ମନ୍ତ୍ରୀଙ୍କ କୁକୁଡାଖଣ୍ଡି ପ୍ରତିନିଧି ସୂର୍ଯ୍ୟମଣି ପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗ୍ରାମର ନେତୃ ମଣ୍ଡଳୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଏକାଠି ହୋଇ ଉଦ୍ୟାନ ପରିସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ ।ଏହି ଅବସରରେ ଉପସ୍ଥିତ ବରିଷ୍ଠ ନାଗରିକମାନେ କହିଥିଲେ, “ଶିଶୁ ଉଦ୍ୟାନରେ ରୋପଣ ହୋଇଥିବା ଗଛ ଆଗାମୀ ଦିନରେ ଛାଇ ଓ ଶୁଦ୍ଧ ଅମ୍ଳଜାନ ପ୍ରଦାନ କରିବ । ସ୍ୱଳ୍ପ ଗଛ ଲଗାଇ ତା’ର ସଠିକ୍ ଯତ୍ନ ନେଲେ ହିଁ ଗଛର ବିକାଶ ହେବ ଓ ଜନସାଧାରଣ ଉପକୃତ ହେବେ କାର୍ଯ୍ୟକ୍ରମରେ ଲୋଚାପଡା ସରପଞ୍ଚ ଏଲ. ମୋହନ ଦାଶ, ମଣ୍ଡଳ କର୍ମକର୍ତ୍ତା ଗଣେଶ ବେହେରା, ସମିତିସଭ୍ୟ ଚଣ୍ଡୀଚରଣ ସାହୁ, ପୁରୁଖା ନେତା କେ. ଲକ୍ଷ୍ମଣ ପାତ୍ର, ପଞ୍ଚାୟତ ପ୍ରମୁଖ ଶଙ୍କର ପାତ୍ର, ସମ୍ପାଦକ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ, ଅବସରପ୍ରାପ୍ତ କର୍ମଚାରୀମାନେ ନିଜେ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସମାଜକୁ ବାର୍ତ୍ତା ଦେଇଛନ୍ତି ।



