ଭୁବନେଶ୍ୱର,୧୦।୪(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟରେ କାଳବୈଶାଖୀର ପ୍ରଭାବ କମିବl ସହ ଆସନ୍ତା ୧୨ ରୁ ୧୪ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତ ହେବ । କେତେକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ରାଜ୍ୟର ଟିଟିଲାଗଡରେ ଗତ ୨୪ ଘଂଟାରେ ୩୯.୫ ଡ଼ିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଛି ।




