ମାଲକାନଗିରି,୧୨/୩(କଳିଙ୍ଗ ଜାଗରଣ ବ୍ୟୁରୋ):-ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀ ଲୁଚାଇ ରଖିଥିବା କେଜିଏ ସୁନା, ନଗଦ ୩ କୋଟି ୬୧ଲକ୍ଷ ଟଙ୍କା ସହ ୧୦୧ଟି ବନ୍ଧୁକ ଜବତ । ଜବତ ବନ୍ଧୁକ ମଧ୍ୟରେ ୭ଟି ଏକେ-୪୭, ୧୧ଟି ଇନ୍ସାସ୍, ୬ଟି ଏସ୍ଏଲ୍ଆର୍, ୨୦ଟି ୩୦୩ ବନ୍ଧୁକ, ୨୫ଟି ୧୨ବୋର୍ ରାଇଫଲ୍, ୫ଟି ୩୧୫ ବୋର୍ ରାଇଫଲ୍ ଓ ବିଜିଏଲ୍, ଲଞ୍ଚର ରହିଛି। ଅନ୍ୟପକ୍ଷରେ ବସ୍ତର ପୁଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୮ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।




