ଭୁବନେଶ୍ୱର,୧୯/୨(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟର କେତେକ ଜିଲ୍ଲାରେ ଶୀତ ଅନୁଭୂତ ହେଉଛି। ଗତ ୨୪ଘଣ୍ଟାରେ ଘୁ.ଉଦୟଗିରିରେ ପାରଦ ୭.୩ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ ୧୨.୫, ସେମିଳିଗୁଡ଼ାରେ ୧୦.୫, ରାଉରକେଲାରେ ୧୦.୭, ସୁନ୍ଦରଗଡ଼ରେ ୧୨.୮, ଝାରସୁଗୁଡ଼ାରେ ୧୧.୨, ଭୁବନେଶ୍ବରରେ ୧୬.୧ ଏବଂ କଟକରେ ୧୫.୬ ଡିଗ୍ରୀ ରହିଛି। ଏବଂ କୋରାପୁଟ ଓ ପାରାଦ୍ବୀପରେ କୁହୁଡ଼ି ଦୃଶ୍ୟମାନ ହୋଇଛି।




