କଙ୍କୋରଡ଼ା ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ୪୪ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l

ସାନଖେମୁଣ୍ଡି,୩୧/୧୨(ସପନ ଦାସ):-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା କଙ୍କୋରଡ଼ା ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଜି ୪୪ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅଞ୍ଚଳ ବିଶିଷ୍ଟ ବ୍ୟକ୍ତି ବିଶେଷ , କଲେଜ ଛାତ୍ରଛାତ୍ରୀ , ଅଧ୍ୟାପିକା ଅଧ୍ୟାପକ କର୍ମଚାରୀଙ୍କ ସମେତ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଅଞ୍ଚଳ ବୁଦ୍ଧିଜୀବୀଙ୍କ ସମାବେଶରେ ଆୟୋଜିତ ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ସମ୍ମାନିତ ଅତିଥି ଭାବେ କଲେଜର ପ୍ରତିଷ୍ଠାତା ସଭାପତି ନରସିଂହ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ କଲେଜର ପ୍ରାକ୍ତନ ଅଧ୍ୟାପକ ଅଧ୍ୟକ୍ଷ ତଥା ପରିଚାଳନା କମିଟି ଅଧ୍ୟକ୍ଷ ଡ଼ଃ ହରେକୃଷ୍ଣ ନାୟକ ଯୋଗଦେଇଥିବା ବେଳେ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥିଙ୍କ ଗହଣରେ ମଞ୍ଚାଶୀନ ଓଡ଼ିଆ ଅସ୍ମିତାର ଦେବତା ଶ୍ରୀ ଜଗନ୍ନାଥଙ୍କ ଠାରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ସହ ଅତିଥି ସମ୍ବର୍ଦ୍ଧନା ସମ୍ପନ୍ନ ହୋଇଥିଲା। ମଞ୍ଚାସୀନ ଅତିଥି ସମୂହ ନିଜନିଜ ଅଭିଭାଷଣରେ ତତ୍କାଳୀନ ନିପଟ ମଫସଲ ଅଞ୍ଚଳ ଭାବେ ଜଣାଶୁଣା ଏହି ଅଞ୍ଚଳର ସମସାମୟିକ ଦୂରଦର୍ଶୀ ବିଜ୍ଞ ବ୍ୟକ୍ତିତ୍ଵ ଏବଂ ବୁଦ୍ଧିଜୀବୀଙ୍କ ଅଶେଷ ପରାକାଷ୍ଠାରେ ମହାବିଦ୍ୟାଳୟ ସ୍ଥାପନରେ ଅଞ୍ଚଳର ସୈଖିକ ବାତାବରଣ ବଦଳିଥିବା ପ୍ରକାଶ କରିଥିଲେ। ଏଥିସହ ଜିଲା ଆଉ ରାଜ୍ୟ ସ୍ତରରେ ମହାବିଦ୍ୟାଳୟ ଆଉ ମହାବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ପାଇଁ ଅଞ୍ଚଳର ସୁନାମ ରହିଥିବା ବ୍ୟକ୍ତ କରିଥିଲେ । ସର୍ବୋପରି କଲେଜର ପ୍ରତିଷ୍ଠାତା ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀ ଏବଂ ସାମ୍ପ୍ରତିକ ବିଧାୟକ ଶ୍ରୀ ରମେଶ ଜେନା ନିଜ କଲେଜ ଭାବେ କରୁଥିବା ଅକୁଣ୍ଠ ସହଯୋଗକୁ ଶ୍ରେୟ ଦେଇଥିଲେ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଲେଜ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସୁର ସଙ୍ଗମ ମେଲୋଡି ସହ ସଂସ୍କାର ଧର୍ମୀ ସାମାଜିକ ନାଟକ “କେଉଁ ଦେବତାଙ୍କ ଆଶୀର୍ବାଦ” ପରିବେଷଣ ହୋଇଥିଲା । ଏଥି ସହିତ ପୂର୍ବ ଆୟୋଜିତ କଲେଜ ସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ସିଲଡ ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଛାତ୍ର ସଂସଦ ଉପଦେଷ୍ଟା ଅଧ୍ୟାପକ ରବୀନ୍ଦ୍ର ବେହେରା , ଅଶୋକ ନାୟକ, ନାଟ୍ୟ ସଂସଦ ଉପଦେଷ୍ଟା ଅଧ୍ୟାପକ ରଞ୍ଜନ ନାୟକ,ସାଂସ୍କୃତିକ ସଂସଦ ଉପଦେଷ୍ଟା ଅଧ୍ୟାପକ ସଞ୍ଜୀବ ସାହୁ, ରାଜନୀତି ବିଜ୍ଞାନ ଅଧ୍ୟାପିକା ପ୍ରିୟଙ୍କା ଜେନା ପ୍ରମୁଖଙ୍କ ସହ ଅଧ୍ୟାପକ କର୍ମଚାରୀ ଓ ନାଟ୍ୟ ନିର୍ଦେଶକ ଶିବରାମ ପ୍ରଧାନ ଛାତ୍ରଛାତ୍ରୀ ପ୍ରମୁଖ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img