କେନ୍ଦୁଝର,୦୭/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଘଟଗାଁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଗାଁ ମିନି ଷ୍ଟାଡିୟମ୍ ନିକଟ ଅସ୍ଥାୟୀ ହେଲିପ୍ୟାଡ ରେ ଓଲ୍ହାଇ ରୋଡ ଶୋ’ କରି ତାରିଣୀ ମନ୍ଦିରକୁ ଯିବେ । ଏବଂ ସେଠାରେ ମା ତାରିଣୀଙ୍କ ଦର୍ଶନ କରି ମନ୍ଦିର ପରିସରରେ ଭୂମି ପୂଜନ ପାଇଁ ଚାଲିଥିବା ଚଣ୍ଡୀପାଠ, ଗୀତା ଯଜ୍ଞ ପୂଜାରେ ପୂର୍ଣ୍ଣାହୂତି ଦେବେ।




