ବ୍ରହ୍ମପୁର,୦୬/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ଗଣିଆନାଳ ଛକ ନିକଟରେ ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କାହେବା ଫଳରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ l ଏବଂ ତାଙ୍କ ୩ ବର୍ଷର ଶିଶୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। । ଉଭୟ ମୃତ ଦମ୍ପତି ସାନଖେମୁଣ୍ଡି ବ୍ଳକ୍ ଢେପାଗୁଡ଼ା ଗ୍ରାମର ପ୍ରତାପ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଲଳିତା ମଲ୍ଲିକ ହୋଇଥିବାବେଳେ ସେମାନେ ସ୍କୁଟି ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍ ରୁ ଫେରୁଥିଲେ।




