କଟକ,୦୪/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରଗଡ଼ିପଡା ଗାଁରେ ପାଇଖାନା ଟାଙ୍କିରେ ପଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ । ୩ ଶିଶୁ ପଡ଼ୋଶୀଙ୍କ ବାଡିରେ ଥିବା ପାଇଖାନା ଟାଙ୍କି ଉପରେ ଖେଳୁଥିଲେ।ଏବଂ ପାଇଖାନା ଟାଙ୍କି ଘୋଡ଼ଣି ଭାଙ୍ଗିଯିବାରୁ ସେଥିରେ ୩ ନାବାଳକ ଶିଶୁ ପଡ଼ି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ।

                                    


