ଛତିଶଗଡ଼,୩୦/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଛତିଶଗଡ଼ରେ ମାଓବାଦୀଙ୍କ ଆତ୍ମସମର୍ପଣ ଜାରି ରହିଛି । କାଙ୍କେର ଜିଲ୍ଲାରେ ୨୧ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଆଜି ବିଜାପୁର ଜିଲ୍ଲାରେ ପୁଣି ୫୧ ଜଣ ମାଓବାଦୀ ଲାଲ୍ ସଂଗଠନ ଛାଡି ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣ ମହିଳା ଏବଂ ୪୨ ଜଣ ପୁରୁଷ ନକ୍ସଲ ରହିଛନ୍ତି ।




