ବ୍ରହ୍ମପୁର,୨୯/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ଖୋଡାସୀଙ୍ଗିର ଶୂନ୍ୟଚନ୍ଦ୍ର ଦାସ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଛି । ସେ ବିହାରରୁ ଆସିଥିବା ସାର୍ପ ସୁଟରଙ୍କୁ ଅଳକାପୁରୀ ଠାରେ ଥିବା ତାଙ୍କର ଭଡ଼ା ଘରେ ଆଶ୍ରୟ ଦେଇଥିଲେ । ଏବଂ ସେମାନେ ଭଡ଼ା ଘରେ ୪ ଦିନ ରହିବା ସହ ପୀତବାସଙ୍କ ପିଛା କରିଥିଲେ ।




