ଦିଗପହଣ୍ଡି ,୧୭/ ୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଗଞ୍ଜାମ ଜିଲା ଦିଗପହଣ୍ଡି ପାଟପୁର ଥାନା ଅଂଚଳରେ ଜମିର ମାଲିକାନାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ l ସ୍ଥାନୀୟ ସିଙ୍ଗିପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଠେଙ୍ଗା ମାଡ, ପଥର ଓ ଢେଲା ବୃଷ୍ଟି ହେବାରୁ ଉଭୟ ପକ୍ଷର ଏକାଧୂକ ଆହତ ହୋଇଛନ୍ତି । ଫଳରେ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଛି ।




