କୁକୁଡ଼ାଖଣ୍ଡି ବ୍ଲକରେ ସୂଚନା ଅଧିକାର ଆଇନ ଉପେକ୍ଷିତ, ବିଏଫ୍ଓ ବିରୁଦ୍ଧରେ ଅଭିଯୋଗ।

କୁକୁଡ଼ାଖଣ୍ଡି,୧୧/୧୦(ଇ ରଞ୍ଜନ):-ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର ସୂଚନା ଅଧିକାର ଆଇନର ସଠିକ୍ ପ୍ରୟୋଗ ନ ହେବା ନେଇ ଗୁରୁତର ଅଭିଯୋଗ ହୋଇଛି। ବ୍ଲକ ପିଆଇଓ ର ଦାୟିତ୍ୱ ରେ ପିଏଫ୍ଓ ସିମାଞ୍ଚଳ ମସ୍ତିଙ୍କ ବିରୁଦ୍ଧ ରେ ଅଭିଯୋଗ ହୋଇଛି।ଯେ ସେ ସୂଚନା ଅଧିକାର ଆଇନକୁ ଉପେକ୍ଷା କରି ଜନସାଧାରଣଙ୍କୁ ସଠିକ୍ ଓ ଯଥାର୍ଥ ସୂଚନା ଯୋଗାଇ ବାରେ ବିଫଳ।ଏହି ଅଭିଯୋଗ ଗଞ୍ଜାମ ଜିଲ୍ଲା ପୂର୍ବତନ ସମବାୟ ସମିତି ସଂଘ ସଭାପତି ସନାତନ ସଂଗ୍ରାମ ସିଂ କରିଛନ୍ତି। ସେ ଜଣାଇଛନ୍ତି ଯେ, କୁକୁଡ଼ାଖଣ୍ଡି ବ୍ଲକରେ ସୂଚନା ଆଇନ ଅଧୀନରେ ଯେଉଁ ନାଗରିକ ମାନେ ସୂଚନା ଆବେଦନ କରୁଛନ୍ତି, ସେମାନଙ୍କୁ ଠିକ ସୂଚନା ଦେବା ପରିବର୍ତ୍ତେ ଭୁଲ ସୂଚନା ପ୍ରଦାନ କରୁଛନ୍ତି। ତା ସହ ଯଥାର୍ଥ ହିସାବରେ ସୂଚନା ଶୁଳ୍କ ଗଣନା ନ କରି ଅଧିକ ଶୁଳ୍କ ହିସାବ କରାଯାଉଛି, ଯାହାର ଫଳରେ ସାଧାରଣ ଆବେଦକମାନେ ମୂଲ୍ୟ ଦେଇ ସୂଚନା ପାଇବାରେ ରୁଚି ହରାଇଯାଉଛନ୍ତି।ସନାତନ ସିଂ କହିଛନ୍ତି ଯେ, “ସୂଚନା ଅଧିକାର ଆଇନ ର ମୂଳ ଉଦ୍ଦେଶ୍ୟ ହେଉଛି ଶାସନ ରେ ପାରଦର୍ଶିତା ଓ ଜନ ସହଭାଗିତା ଆଣିବା। କିନ୍ତୁ ବ୍ଲକ କାର୍ଯ୍ୟାଳୟରେ ସେହି ଆଇନକୁ ଜଣେ କର୍ମଚାରୀ ନିଜ ସୁବିଧା ଅନୁଯାୟୀ ବାକେଡ଼ା ଦେଇ ଚାଳୁଛନ୍ତି। ଯେଉଁ ପିଆଇଓ ଙ୍କ ଉପରେ ସୂଚନା ଯୋଗାଇବାର ଦାୟିତ୍ୱ ରହିଛି, ସେମାନେ ଇଚ୍ଛାପୂର୍ବକ ଆଇନ ଉଲଂଘନ କରୁଛନ୍ତି।”ସୂଚନା ଅଧିକାର ଆଇନ ଅନୁସାରେ ଯେକୌଣସି ଆବେଦନକାରୀ ୩୦ ଦିନ ମଧ୍ୟରେ ଚାହିଁଥିବା ସୂଚନା ପାଇବାକୁ ଅଧିକାରୀ। ଯଦି ସୂଚନା ଜଣାଶୁଣା ଭାବେ ଭୁଲ ଅଥବା ଅପୂର୍ଣ୍ଣ ଦିଆଯାଏ, ତେବେ ସେହି ପିଆଇଓ ବିରୁଦ୍ଧରେ ଶାସନାନୁସାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। କିନ୍ତୁ କୁକୁଡ଼ାଖଣ୍ଡି ରେ ଏହାର ବିପରୀତ ଚିତ୍ର ଦେଖାଯାଉଛି।ସନାତନ ସିଂ ତାଙ୍କ ଅଭିଯୋଗ ପତ୍ର ରେ ଲେଖିଛନ୍ତି ଯେ, ପିଆଇଓ ସିମାଞ୍ଚଳ ମସ୍ତି ସୂଚନା ଆଇନ ର ନିୟମକୁ ଖୋଲା ଉଲଂଘନ କରି ସାଧାରଣ ଲୋକଙ୍କୁ ବଞ୍ଚିତ କରୁଛନ୍ତି। ସେ ଆଇନ ଅନୁସାରେ ନିର୍ଦ୍ଦିଷ୍ଟ ଶୁଳ୍କ ନିର୍ଦ୍ଧାରଣ ନ କରି ଅଧିକ ରକମ ହିସାବ କରୁଛନ୍ତି, ଯାହା ଆବେଦକମାନଙ୍କୁ ଆତଙ୍କିତ କରୁଛି। ଏପରି ଚରିତ୍ର ଅଧିକାରୀ ଙ୍କୁ ତୁରନ୍ତ ଦାୟିତ୍ୱ ରୁ ବାହାର କରାଯାଉ।”ସେ ଆଗରେ ଏହି ଅଭିଯୋଗକୁ ଜିଲ୍ଲାପାଳ ଓ ସୂଚନା କମିଶନ ଅଧିକାରୀଙ୍କ ନିକଟକୁ ଅଭିଯୋଗ ଦାଖଲ କରିବାକୁ ଯୋଜନା କରିଛନ୍ତି। ସେ କହିଛନ୍ତି, “ଯଦି ଶିଘ୍ର କାର୍ଯ୍ୟାନୁଷ୍ଠାନ ନ ହୋଇ, ତେବେ ଆମେ ଆଇନ ମାଧ୍ୟମରେ ଲଢ଼ିବୁ। ଏହି ଆଇନ ଜନସାଧାରଣଙ୍କ ଅଧିକାର, ଏହାକୁ କେହି ଦୁର୍ବଳ କରିପାରିବେ ନାହିଁ।”ସୂଚନା ଅଧିକାର ଆଇନ ୨୦୦୫ ରେ ପ୍ରବଳ ହୋଇଥିବା ସତ୍ତେ ଏବେ ମଧ୍ୟ ଅନେକ ସରକାରୀ କାର୍ଯ୍ୟାଳୟ ରେ ଏହାର ସଠିକ ପାଳନ ହେଉନାହିଁ। କୁକୁଡ଼ାଖଣ୍ଡି ର ଏହି ଘଟଣା ସେହି ଅବସ୍ଥାର ଜୀବନ୍ତ ଉଦାହରଣ ବୋଲି ସ୍ଥାନୀୟ ଜନତା ମାନେ କରୁଛନ୍ତି। ସେମାନେ ମଧ୍ୟ ଦାବି କରୁଛନ୍ତି ଯେ ସୂଚନା ଅଧିକାର ଆଇନ ର ସଠିକ ପ୍ରୟୋଗ ହେଲେ ଅଞ୍ଚଳରେ ଦୁର୍ନୀତି ଓ ଅନିୟମିତତା ରେ କମି ଆସିବ।ଜନସାଧାରଣ ଆଶା କରୁଛନ୍ତି ଯେ, ଉଚ୍ଚସ୍ତରର ପ୍ରଶାସନ ଏହି ଅଭିଯୋଗକୁ ଗୁରୁତର ଭାବେ ନେଇ ବିଏଫ୍ଓ ସିମାଞ୍ଚଳ ମସ୍ତିଙ୍କ ଉପରେ ଯଥାଚିତ ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ପାଇଁ ଅନୁରୋଧ। ଏନେଇ ବିଏଫ୍ଓ ଙ୍କୁ ଯୋଗାଯୋଗ କରିବାକୁ ଚାହିଁଲେ ମଧ୍ୟ ଯୋଗାଯୋଗ କରିବାକୁ ଅଧିକାରୀ ଜଣକ ତଥ୍ୟ ସମ୍ପର୍କ ରେ ଉତ୍ତର ଦେବା କୁ କୁଣ୍ଠାବାଭ ଆପଣାଉଥିବା ଜାଣିବା କୁ ମିଳୁଛି l ସରକାରଙ୍କ ନିୟମ ମୂତବକ ଗୋଟିଏ ବ୍ଲକ ରେ ଯେ କୌଣସି ଅଧିକାରି ୩ ବର୍ଷ କାର୍ଯ୍ୟରତ ରହିବା ନିମନ୍ତେ ସରକାର ଘୋଷଣା କରିଥାନ୍ତି କିନ୍ତୁ କୁକୁଡ଼ାଖଣ୍ଡି ବ୍ଲକ ରେ ଏହି ଅଧିକାରୀ ଦୀର୍ଘ ବର୍ଷ ଧରି ଚାୟା ମେଲାଇ ରହିଛନ୍ତି l ଏବଂ ସରକାର ଙ୍କ ନିୟମ କୁ ଧଯ୍ୟ ଉଡ଼l ଉଥିବା ସୂଚନା ରହିଛି l ଏଭଳି ହେଲେ ଦୁର୍ନିତିଖର ଅଧିକାରି ମାନେ ଦୁର୍ନୀତି କିଭଳି ପଦା ରେ ପଡ଼ିବ ନାହିଁ ସେହି ଉପାୟ ଭୟଭିତ୍ ରେ ଅବଲମ୍ବନ କରିଛନ୍ତି l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img