କଟକ,୦୭/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- କଟକ ସହରରେ କୋହଳ ହେଲା କର୍ଫ୍ୟୁ । କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବାରୁ କଟକଣା କୋହଳ ହୋଇଛି । ତେବେ ପୂର୍ବପରି ଇଣ୍ଟରନେଟ୍ କଟକଣା ସନ୍ଧ୍ୟା ୭ଟା ଯାଏଁ ବଳବତ୍ତର ରହିଛି ।ଏବଂ ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର ଥିବାବେଳେ କଟକଣାରୁ ବାଦ୍ ରହିଛି ରେଲୱେ, ବ୍ୟାଙ୍କ ଓ ବିଭିନ୍ନ ସରକାରୀ ସେବା ।




