ନବରାତ୍ରି ଉପଲକ୍ଷେ ଶ୍ରୀମଦ୍ଧେବି ଭାଗବତ ମହାପୁରାଣ ବିଷ୍ଣୁ ମନ୍ଦିର ଶହୀଦ ନଗରରେ ଆରମ୍ଭ ହୋଇ ଯାଇଛି l

ଭୁଵନେଶ୍ୱର,୨୩/୯(ଲିପିକା ରାଉତ);-ନବରାତ୍ରି ଉପଲକ୍ଷେ ଶ୍ରୀମଦ୍ଧେବି ଭାଗବତ ମହାପୁରାଣ ବିଷ୍ଣୁ ମନ୍ଦିର, ଶହୀଦନଗର,ଆରମ୍ଭ ହୋଇ ଯାଇଛି l ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ସଭାପତି ତ୍ବ ସଭାପତି ଡ଼ ନାରାୟଣ ମହାପାତ୍ର ସମ୍ପାଦକ ଉମା ନାଥ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ଓ ପ୍ରବକ୍ତା ଭାବେ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ, ସମ୍ମାନୀୟ ଅତିଥି ଭାବେ ସହିଦନଗର ସାଂସ୍କୃତିକ ସମିତି ଅନୁଷ୍ଠାନ ର ସଭାପତି ଶ୍ରୀ ଗଗନ ବିହାରୀ ନିତ୍ୟାନନ୍ଦ ଚଇନି,ଉପସଭାପତି ରେବତୀ କାନ୍ତ ବିଶ୍ୱାଳ ସାଧାରଣ ସମ୍ପାଦକ ବିଭୁପଦ ପଟ୍ଟନାୟକ ଉନୟନ କମିଟି ସମ୍ପାଦକ ପ୍ରଦୀପ କୁମାର ଦ୍ବିବେଦୀ, ମନ୍ଦିର ସମ୍ପାଦକ ଦେବେନ୍ଦ୍ର ବିଜୟ ବ୍ରମ୍ହା ଉପଦେଷ୍ଟା ପ୍ରଭାକର ମଲ୍ଲିକମଧୁ ମାଧବ ଜେନା ରବି ନାରାୟଣ ମହାପାତ୍ର ସୁରେଶ ମିଶ୍ର ତ୍ରିଲୋଚନ ନାୟକ ଭାରତୀ ଭୂଷଣ ପଟ୍ଟନାୟକ ଅକ୍ଷୟ ସାହୁ ଅକ୍ଷୟ ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇ ଥିଲେ ପ୍ରଥମ ଦିନ ମା ଶୈଲପୁତ୍ରୀ ଙ୍କ ବିଷୟରେ କଥା ମୃତ କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗ ଦେଇଥିଲେ,ଓଡ଼ିଆ ରେ ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ସମସ୍ତେ ଜାଣିବାକୁ ୟୁ ଟ୍ୟୁବ ଚାନେଲ ରେ ଲୋକାର୍ପଣ କରାଯାଇଛି ଆପଣ ମାନେ ନବରାତ୍ର ଉପଲକ୍ଷେ ହେଉଥିବା ଏହି ଦେବି ସତସଙ୍ଗ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଦେବି ମାନଙ୍କ କଥାମୃତ ଶୁଣିବା ହେବେ ଆଜିର ବୈଠକ ରେ ବିଜୟ ପଣ୍ଡା ମଳୟ ମହାପାତ୍ର ଭଗବାନ ଦାଶ ମନୋଜ ରାଉଳ ଦିଲ୍ଲୀପ ପଟ୍ଟନାୟକ ବିପିନ ବିହାରୀ ସ୍ୱାଇଁ ଶ୍ରୀନିବାସ ରାଓ ପ୍ରମୁଖ ରହି ସହଯୋଗ କରି ଥିଲେ ଏହା ଆମ ଶ୍ରୀ ମନ୍ଦିର ରେ କିପରି ହୁଏ ଆସନ୍ତୁ ଜାଣିବା ଉତ୍କଳରେ ଦୁର୍ଗା ମାଧବ ଉପାସନା
“ଯେ ଦୁର୍ଗାମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ବିତେ।
ସର୍ବବିଘ୍ନ ଭୟରେଷାଂ ବିନଶ୍ୟନ୍ତି ପଦେ ପଦେ ।।”
ଭାରତବର୍ଷରେ ସର୍ବତ୍ର ଦୁର୍ଗା ମହାଦେବଙ୍କ ସହ ଏବଂ ମାଧବଙ୍କ ସହ ଲକ୍ଷ୍ମୀ ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା ଓ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ଦୁର୍ଗାମାଧବ ଉପାସନାର ପରମ୍ପରା ଦେଖାଯାଇଥାଏ। ଉତ୍କଳର ଦୁର୍ଗା ମାଧବ ଉପାସନା ମହାମାୟା ଦୁର୍ଗାଙ୍କୁ ଜଗତଜନନୀ ଏବଂ ହରିଙ୍କୁ ଜଗତପିତା ରୂପରେ ପ୍ରତିପାଦିତ କରିଛି । ପୁଣି ଯଦି ଆମେ ଅପରାଜିତା ସ୍ତୋତ୍ରକୁ ଅନୁଧ୍ୟାନ କରିବା ସେଥ‌ିରେ ପ୍ରାରମ୍ଭରୁ ବିଷ୍ଣୁ ଓ ଦୁର୍ଗାଙ୍କ ସ୍ତୁତି ମିଶ୍ରିତ ଭାବେ ରହିଛି । ସୁକ୍ଷ୍ମ ଦୃଷ୍ଟିରୁ ଦେଖ‌ିବାକୁ ହେଲେ ଅଦ୍ୱୈତ ତତ୍ତ୍ବର ପ୍ରତିପାଦକ ହିଁ ଦୁର୍ଗାମାଧବ ତତ୍ତ୍ବର ମୌଳିକ ଲକ୍ଷ୍ୟ । ସ୍ଥୁଳତଃ ଶାକ୍ତ ଓ ବୈଷ୍ଣବଙ୍କର ସମନ୍ଵୟ ହେଉଛି ଏହି ଉପାସନାର ଲକ୍ଷ୍ୟ । ଶାରଦୀୟ ଷୋଡଶ ଦିନାତ୍ମକ ପୂଜା ରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନ ରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିର ରେ ବିଜେ କରିଥାନ୍ତି। ପ୍ରଥମ ୮ ଦିନ ଦୁର୍ଗା ମାଧବ ବିମଳା ମନ୍ଦିର କୁ ବିଜେ ହୋଇଥାନ୍ତି । ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିର କୁ ରଥରେ ରଥଯାତ୍ରା କରିଥାନ୍ତି , ଏହାକୁ ଶାକ୍ତ ଗୁଣ୍ଡିଚା /ଗୁପ୍ତ ଗୁଣ୍ଡିଚା କୁହାଯାଏ। ସତସଙ୍ଗ ଆପଣ ମାନଙ୍କୁ ଆନନ୍ଦ ଦେବ ବୋଲି ଆମର ପୂର୍ଣ୍ଣ ବିଶ୍ୱାସ, ଡ଼ ନାରାୟଣ ମହାପାତ୍ର ସଭାପତି ଉମାନାଥ ମିଶ୍ର ସମ୍ପାଦକ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img