ବାଲେଶ୍ଵର,୨୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଞ୍ଚଳରେ ଚାଲିଥିବା ଏକ ନକଲି ମଦ କାରଖାନା ଉପରେ ନୀଳଗିରି ଅବକାରୀ ପୁଲିସର ଚଢ଼ଉ ବେଳେ କାରଖାନା ମାଲିକ ଗିରଫ l ଏବଂ ଘଟଣାସ୍ଥଳରୁ ୧୦୦ଲିଟର ସ୍ପିରିଟ, ୩୬ଲିଟର ନକଲି ମଦ, ୧୨୦ଟି ଖାଲି ବୋତଲ, ଠିପି, ସରକାରୀ ଲେବୁଲ ସହ ବ୍ୟବହୃତ ଏକ କାର ଜବତ ହୋଇଥିବାବେଳେ ଏହି ନକଲି ମଦ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିଲା।

                                    


