ନିମାପଡା,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି । ପ୍ରେମୀ ଯୁଗଳ ଧରାପଡିବା ପରେ ଉଭୟଙ୍କୁ ମାଳ ପକାଇ ନିକଟସ୍ଥ ଥାନାକୁ ଚଲାଇ ଚଲାଇ ନେଇଥିଲେ ମହିଳାଙ୍କ ସ୍ୱାମୀ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି ।ମହିଳାଜ ଜଣଙ୍କ ଶିକ୍ଷକ ହୋଇଥିବା ବେଳେ ସଂପୃକ୍ତ ପୁରୁଷ ଜଣେ ଶିକ୍ଷକ ନେତା ବୋଲି ଜଣାପଡିଛି ।