ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପୋଷାକରେ ଘୋଟାଲା,ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି।

କୁକୁଡାଖଣ୍ଡି,୦୮/୯(ଇ ରଞ୍ଜନ):- ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାରେ ଅଙ୍ଗନବାଡ଼ି ପିଲାଙ୍କ ନିମନ୍ତେ ପୋଷାକ ଦିଆଯାଇଥାଏ।ଏଥିରେ ୩-୬ ବର୍ଷର ଛାତ୍ରଛାତ୍ରୀଙ୍କ ବର୍ଷକୁ ଦୁଇ ସେଟ ଡ୍ରେସ ମିଳିଥାଏ।ସେହିପରି ସମଗ୍ର ଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଗଣା ପୋଷାକ ଦିଆଯାଇଛି। । ଏହି ପୋଷାକ ତିଆରି କରିବା ପାଇଁ ବିଭିନ୍ନ ମହିଳା ଏସ୍ଏଚ୍‌ଜି , ପିଜି ଏବଂ କ୍ଷୁଦ୍ର ଉଦ୍ୟୋଗକୁ ଦାୟିତ୍ବ ଦିଆଯାଇଥାଏ। ନିର୍ଦ୍ଧାରିତ ନିୟମ ସହ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ସଂସ୍ଥାକୁ ଏହି କାମ ମିଳିଥାଏ। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍‌ରେ ସ୍କୁଲ ପୋଷାକ ତିଆରି କାମ ପ୍ରଦାନ କରିବାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। କିଛି ବର୍ଷ ହେଲା ନିର୍ଦ୍ଦିଷ୍ଟ୭୭ ପିଜି,ଏସ୍ଏଚ୍‌ଜିକୁ ଏହି କାମ ଦିଆଯାଉଛି। ଏପରିକି ବହୁତ ପିଜି , କ୍ଷୁଦ୍ର ଉଦ୍ୟୋଗ ଓ ଏସ୍ଏଚ୍‌ଜିଙ୍କୁ ବାଦ୍ ଦେଇ ଅଯୋଗ୍ୟଙ୍କୁ ପୋଷାକ ତିଆରି ଦାୟିତ୍ବ ଦିଆଯାଇଥିବା ନେଇ ପୂର୍ବତନ ଗଞ୍ଜାମ ଜିଲ୍ଲା ସମବାୟ ସଂଘ ସଭାପତି ସନାତନ ସଂଗ୍ରାମ ସିଂ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ପୂର୍ବରୁ ବ୍ଲକ୍‌ସ୍ତରୀୟ ଚୟନ କମିଟି ସହିତ ଜିଲ୍ଲାସ୍ତରୀୟ ଚୟନ କମିଟି ନିକଟରେ ଅଭିଯୋଗ କରିଥିଲେ । ହେଲେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ,ଏହି ଅନିୟମିତତାର ତଦନ୍ତ ପାଇଁ ସେପ୍ଟେମ୍ବର ୦୨ ତାରିଖରେ ମୁଖ୍ୟମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ।ସରକାରଙ୍କ ନିୟମ ଅନୁସାରେ ଯେଉଁ ଏସ୍ଏଚ୍‌ଜିର ସୁଦୃଢ଼ ଭିତ୍ତିଭୂମି ସହିତ ଟେଲରିଂ ୟୁନିଟ୍ ରହିଥିବା ତାକୁ ଏହି କାମ ମିଳିଥାଏ। ଏହା ସହିତ ପୋଷାକ ତିଆରିରେ ସେମାନଙ୍କ ଅଭିଜ୍ଞତା ଥିବା ନିହାତି ଆବଶ୍ୟକ କୁକୁଡ଼ାଖଣ୍ଡି ବ୍ଲକ୍‌ରେ ଗତ କିଛିଦିନ ତଳେ ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କ ପୋଷାକ ତିଆରି ପାଇଁ ୭ଟି ଆବେଦନ ଦାଖଲ ହୋଇଥିବା ବେଳେ ପ୍ରଥମରୁ ୮ମ ପିଲାଙ୍କ ପୋଷାକ ତିଆରି ପାଇଁ ୪୨ ଓ ନବମ ଏବଂ ଦଶମ ପିଲାଙ୍କ ପୋଷାକ ତିଆରି ପାଇଁ ୨୭ଟି ଆବେଦନ ଆସିଥିଲା। ଏହି ଆବେଦନକୁ ଯାଞ୍ଚ କରି ବ୍ଲକ୍‌ସ୍ତରୀୟ କମିଟି ରହିଥାଏ।ଏଥିରେ ବିଡ଼ିଓ ଅଧ୍ୟକ୍ଷ , ଅଙ୍ଗନବାଡି ପାଇଁ ସିଡ଼ିପିଓ ଏବଂ ପ୍ରାଥମିକ ବିଦ୍ୟାଳୟ ପାଇଁ ବିଇଓ ପରିଚାଳନା ଦାୟିତ୍ବରେ ରହିଥାନ୍ତି।
ସେହିପରି ପରବର୍ତ୍ତି ସମୟରେ କିଛି ନିର୍ଦ୍ଦିଷ୍ଟ ଏସ୍ଏଚ୍‌ଜିକୁ ଚୟନ କରାଯାଇଥିଲା।।ତେବେ ଏହି ଚୟନ ପ୍ରକ୍ରିୟା ନିୟମ ଅନୁସାରେ ହୋଇନଥିବା ସହ ପକ୍ଷପାତିତା କରାଯାଇଥିବା ଶ୍ରୀ ସିଂ ଅଭିଯୋଗ ଆଣିଛନ୍ତି। ଧାର୍ଯ୍ୟ ନିୟମ ଓ ସତ୍ତାବଳୀର ଖୋଲା ଉଲଂଘନ କରାଯାଇ ଏଭଳି କାମ କରା‌ଯାଇଛି । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ପୋଷାକ ମିଳିବା ନେଇ ଆଶଙ୍କା କରାଯାଉଛି। ଏହାର ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରି ନିରପେକ୍ଷ ଭାବେ ଏସ୍ଏଚ୍‌ଜି ଗ୍ରୁପ ଚୟନ କରିବାକୁ ଶ୍ରୀ ସିଂ ଅନୁରୋଧ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img