Wednesday, December 17, 2025
9.7 C
London

ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପୋଷାକରେ ଘୋଟାଲା,ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି।

କୁକୁଡାଖଣ୍ଡି,୦୮/୯(ଇ ରଞ୍ଜନ):- ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାରେ ଅଙ୍ଗନବାଡ଼ି ପିଲାଙ୍କ ନିମନ୍ତେ ପୋଷାକ ଦିଆଯାଇଥାଏ।ଏଥିରେ ୩-୬ ବର୍ଷର ଛାତ୍ରଛାତ୍ରୀଙ୍କ ବର୍ଷକୁ ଦୁଇ ସେଟ ଡ୍ରେସ ମିଳିଥାଏ।ସେହିପରି ସମଗ୍ର ଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଗଣା ପୋଷାକ ଦିଆଯାଇଛି। । ଏହି ପୋଷାକ ତିଆରି କରିବା ପାଇଁ ବିଭିନ୍ନ ମହିଳା ଏସ୍ଏଚ୍‌ଜି , ପିଜି ଏବଂ କ୍ଷୁଦ୍ର ଉଦ୍ୟୋଗକୁ ଦାୟିତ୍ବ ଦିଆଯାଇଥାଏ। ନିର୍ଦ୍ଧାରିତ ନିୟମ ସହ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ସଂସ୍ଥାକୁ ଏହି କାମ ମିଳିଥାଏ। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍‌ରେ ସ୍କୁଲ ପୋଷାକ ତିଆରି କାମ ପ୍ରଦାନ କରିବାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। କିଛି ବର୍ଷ ହେଲା ନିର୍ଦ୍ଦିଷ୍ଟ୭୭ ପିଜି,ଏସ୍ଏଚ୍‌ଜିକୁ ଏହି କାମ ଦିଆଯାଉଛି। ଏପରିକି ବହୁତ ପିଜି , କ୍ଷୁଦ୍ର ଉଦ୍ୟୋଗ ଓ ଏସ୍ଏଚ୍‌ଜିଙ୍କୁ ବାଦ୍ ଦେଇ ଅଯୋଗ୍ୟଙ୍କୁ ପୋଷାକ ତିଆରି ଦାୟିତ୍ବ ଦିଆଯାଇଥିବା ନେଇ ପୂର୍ବତନ ଗଞ୍ଜାମ ଜିଲ୍ଲା ସମବାୟ ସଂଘ ସଭାପତି ସନାତନ ସଂଗ୍ରାମ ସିଂ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ପୂର୍ବରୁ ବ୍ଲକ୍‌ସ୍ତରୀୟ ଚୟନ କମିଟି ସହିତ ଜିଲ୍ଲାସ୍ତରୀୟ ଚୟନ କମିଟି ନିକଟରେ ଅଭିଯୋଗ କରିଥିଲେ । ହେଲେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ,ଏହି ଅନିୟମିତତାର ତଦନ୍ତ ପାଇଁ ସେପ୍ଟେମ୍ବର ୦୨ ତାରିଖରେ ମୁଖ୍ୟମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ।ସରକାରଙ୍କ ନିୟମ ଅନୁସାରେ ଯେଉଁ ଏସ୍ଏଚ୍‌ଜିର ସୁଦୃଢ଼ ଭିତ୍ତିଭୂମି ସହିତ ଟେଲରିଂ ୟୁନିଟ୍ ରହିଥିବା ତାକୁ ଏହି କାମ ମିଳିଥାଏ। ଏହା ସହିତ ପୋଷାକ ତିଆରିରେ ସେମାନଙ୍କ ଅଭିଜ୍ଞତା ଥିବା ନିହାତି ଆବଶ୍ୟକ କୁକୁଡ଼ାଖଣ୍ଡି ବ୍ଲକ୍‌ରେ ଗତ କିଛିଦିନ ତଳେ ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କ ପୋଷାକ ତିଆରି ପାଇଁ ୭ଟି ଆବେଦନ ଦାଖଲ ହୋଇଥିବା ବେଳେ ପ୍ରଥମରୁ ୮ମ ପିଲାଙ୍କ ପୋଷାକ ତିଆରି ପାଇଁ ୪୨ ଓ ନବମ ଏବଂ ଦଶମ ପିଲାଙ୍କ ପୋଷାକ ତିଆରି ପାଇଁ ୨୭ଟି ଆବେଦନ ଆସିଥିଲା। ଏହି ଆବେଦନକୁ ଯାଞ୍ଚ କରି ବ୍ଲକ୍‌ସ୍ତରୀୟ କମିଟି ରହିଥାଏ।ଏଥିରେ ବିଡ଼ିଓ ଅଧ୍ୟକ୍ଷ , ଅଙ୍ଗନବାଡି ପାଇଁ ସିଡ଼ିପିଓ ଏବଂ ପ୍ରାଥମିକ ବିଦ୍ୟାଳୟ ପାଇଁ ବିଇଓ ପରିଚାଳନା ଦାୟିତ୍ବରେ ରହିଥାନ୍ତି।
ସେହିପରି ପରବର୍ତ୍ତି ସମୟରେ କିଛି ନିର୍ଦ୍ଦିଷ୍ଟ ଏସ୍ଏଚ୍‌ଜିକୁ ଚୟନ କରାଯାଇଥିଲା।।ତେବେ ଏହି ଚୟନ ପ୍ରକ୍ରିୟା ନିୟମ ଅନୁସାରେ ହୋଇନଥିବା ସହ ପକ୍ଷପାତିତା କରାଯାଇଥିବା ଶ୍ରୀ ସିଂ ଅଭିଯୋଗ ଆଣିଛନ୍ତି। ଧାର୍ଯ୍ୟ ନିୟମ ଓ ସତ୍ତାବଳୀର ଖୋଲା ଉଲଂଘନ କରାଯାଇ ଏଭଳି କାମ କରା‌ଯାଇଛି । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ପୋଷାକ ମିଳିବା ନେଇ ଆଶଙ୍କା କରାଯାଉଛି। ଏହାର ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରି ନିରପେକ୍ଷ ଭାବେ ଏସ୍ଏଚ୍‌ଜି ଗ୍ରୁପ ଚୟନ କରିବାକୁ ଶ୍ରୀ ସିଂ ଅନୁରୋଧ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ ।

ନୂଆଦିଲ୍ଲୀ,୧୭/ ୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ...

ଗଞ୍ଜାମକୁ ଫେରିଛନ୍ତି ବିଦେଶି ପକ୍ଷୀ l

ବ୍ରହ୍ମପୁର,୧୭/ ୧୨(ଇ ରଞ୍ଜନ):-ହିଞ୍ଜିଳି ବିଦେଶୀ ପକ୍ଷୀଙ୍କ ଓଡ଼ିଶା ଆଗମନ ଗଞ୍ଜାମ ସମରଝୋଳ...

ଗାଈ ମାଂସ ବିକ୍ରି ଉଦ୍ୟମ ଘଟଣାରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ...

ଧାନକଟା ମେସିନ୍ ରେ କଟି ଚାଷୀଙ୍କ ମୃତ୍ୟୁ ।

ବାଲେଶ୍ଵର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବାଲେଶ୍ଵର ଜିଲ୍ଲା ବର୍ଦ୍ଧନପୁର ଥାନା ନିକଟସ୍ଥ ସାହାଜ...

ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗର ନିକଟରେ କାର୍ ଦୁର୍ଘଟଣା ।

ଛତ୍ରପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗର...

Topics

ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ ।

ନୂଆଦିଲ୍ଲୀ,୧୭/ ୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ...

ଗଞ୍ଜାମକୁ ଫେରିଛନ୍ତି ବିଦେଶି ପକ୍ଷୀ l

ବ୍ରହ୍ମପୁର,୧୭/ ୧୨(ଇ ରଞ୍ଜନ):-ହିଞ୍ଜିଳି ବିଦେଶୀ ପକ୍ଷୀଙ୍କ ଓଡ଼ିଶା ଆଗମନ ଗଞ୍ଜାମ ସମରଝୋଳ...

ଗାଈ ମାଂସ ବିକ୍ରି ଉଦ୍ୟମ ଘଟଣାରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ...

ଧାନକଟା ମେସିନ୍ ରେ କଟି ଚାଷୀଙ୍କ ମୃତ୍ୟୁ ।

ବାଲେଶ୍ଵର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବାଲେଶ୍ଵର ଜିଲ୍ଲା ବର୍ଦ୍ଧନପୁର ଥାନା ନିକଟସ୍ଥ ସାହାଜ...

ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗର ନିକଟରେ କାର୍ ଦୁର୍ଘଟଣା ।

ଛତ୍ରପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ଯାଜପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ।

ବ୍ରହ୍ମପୁର,୧୩/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସମ୍ପୃକ୍ତ ବିକ୍ରମ...

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।

ଭୁବନେଶ୍ୱର,୧୩/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...
spot_img

Related Articles

Popular Categories

spot_imgspot_img