ନୂଆଦିଲ୍ଲୀ,୦୭/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ପୁରୁଷ ଏସିଆ କପ ହକି ପ୍ରତିଯୋଗିତାର ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।। ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ପାଇ ଗ୍ରୁପ ର ଶୀର୍ଷ ସ୍ଥାନ ହାସଲ କରିଥିବାବେଳେ ଦକ୍ଷିଣ କୋରିଆ ୪ ପଏଣ୍ଟ ସହ ଗ୍ରୁପର ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି।