ରାଜଗିରି,୦୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ବିହାରର ରାଜଗିରିରେ ଚାଲିଥିବା ପୁରୁଷ ଏସିଆ କପ ହକି -୨୦୨୫ର ସୁପର-୪ରେ ଆୟୋଜକ ଭାରତ ପ୍ରବେଶ କରିଛି। ଗ୍ରୁପ-ଏ ର ଦ୍ବିତୀୟ ମ୍ୟାଚରେ ଭାରତ ୩-୨ ଗୋଲରେ ଜାପାନକୁ ପରାସ୍ତ କରି କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଏବଂ ଦୁଇଟି ବିଜୟ ସହ ୬ ପଏଣ୍ଟ ପାଇ ଗ୍ରୁପ-ଏ ର ଶୀର୍ଷରେ ରହି ସୁପର-୪ରେ ପହଞ୍ଚିଛି।