ନୂଆଦିଲ୍ଲୀ ,(କଳିଙ୍ଗ ଜାଗରଣ ବ୍ୟୁରୋ):-ବେଟିଂ ରାକେଟରେ ସଂପୃକ୍ତ ଥିବା ଅଭିଯୋଗରେ କର୍ଣ୍ଣାଟକର କଂଗ୍ରେସ ବିଧାୟକ କେ.ସି.ବୀରେନ୍ଦ୍ର ସିକ୍କିମରୁ ଗିରଫ । ତାଙ୍କୁ ଗିରଫ କରିବା ପାଇଁ ଇଡି ପକ୍ଷରୁ ସିକ୍କିମ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ଓ ଗୋଆର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ଏବଂ ଚଢଉ ବେଳେ ତାଙ୍କ ନିକଟରୁ ୧୨ କୋଟି ନଗଦ ଟଙ୍କା, ୬ କୋଟିର ସ୍ବଣ୍ଣାଳଙ୍କାର, ୧୦ କିଲୋ ରୁପା ଅଳଙ୍କାର ଏବଂ ୧ କୋଟି ଟଙ୍କାର ବିଦେଶୀ ମୁୁଦ୍ରା ଜବତ ହୋଇଛି।