ଢେଙ୍କାନାଳ,(କଳିଙ୍ଗ ଜାଗରଣ ବ୍ୟୁରୋ):- ଢେଙ୍କାନାଳ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଏସପିଙ୍କ କାର୍ଯ୍ୟାଳୟରେ ଡିସିଓ ଦାୟିତ୍ଵରେ ଥିବା ଦୁଇ ଜଣ ଏସଆଇ ନିଲମ୍ବିତ ହୋଇଛନ୍ତି। ଏସପି ସୋନକର ଉଭୟ ଏସଆଇଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଉତ୍କଳ ବିଜୟ ମହାନ୍ତି ଏବଂ ରେସଲିନ ମିଞ୍ଜା।