ଢେଙ୍କାନାଳ,୧୮/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ଭାପୁର ଥାନା ଗଙ୍ଗାଧର ପ୍ରସାଦ ଗାଁରେ ଯୌତୁକ ପାଇଁ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତମହିଳା କଟକ ମଣିଆବନ୍ଧ ଥାନା କସିକିଆରୀ ଗାଁର ପୂଜା ପାତ୍ରହୋଇଥିବାବେକେ ସେ ୭ବର୍ଷ ପୂର୍ବେ ରଶ୍ମିତ ପାତ୍ରଙ୍କୁ ବିବାହ କରିଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଜାରି କରୁଛି।