ବ୍ରହ୍ମପୁର,୧୭/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ବାଇକରେ ଦେଶୀମଦ ଧରି ଯାଉଥିବା ବେଳେ ବ୍ରହ୍ମପୁର ଅବକାରୀ ବିଭାଗ କୁକୁଡାଖଣ୍ଡି ବ୍ଲକ ବଳରାମପଲ୍ଲୀର ଶିକ୍ଷକ ସୁବାଷଚନ୍ଦ୍ର ସାହୁଙ୍କୁ ଗିରଫ କରିଛନ୍ତି। ସେ ବେଆଇନ ଭାବେ ୧୦୦ ଲିଟର ଦେଶୀ ମଦ ବାଇକରେ ଚାଲାଣ କରୁଥିଲା । ପୂର୍ବରୁ ମଧ୍ୟ ସେ ବେଆଇନ ଦେଶୀମଦ କାରବାର କରି ଧରା ପଡିଥିଲେ। ସୁବାଷଚନ୍ଦ୍ର ବର୍ତ୍ତମାନ ବଉଳଝୋଳି ପଞ୍ଚାୟତ ସାତପହଣ୍ଡିଆସ୍ଥିତ ଏକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।