ବ୍ରହ୍ମପୁର,୩୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):- ଦିଗପହଣ୍ଡି ଡେଙ୍ଗାଉସ୍ତା SBI ବ୍ୟାଙ୍କ ନିକଟରେ ଅଧ୍ୟାପକଙ୍କୁ ମାଡ଼ ମାରିବା ସହ କାରର କାଚ ଭାଙ୍ଗି ଦେଲେ ଯୁବକ। ଫଳରେ ପାଟପୁର ଥାନା ପୋଲିସ୍ ଅଧ୍ୟାପକ ଓ ଯୁବକଙ୍କୁ ଉଠାଇ ନେଇ ପଚରା ଉଚୁରା ଜାରି କରୁଥିବାବେଳେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

                                    


